ନୂଆଦିଲ୍ଲୀ : ଏଲଓସିରେ ଅନୁପ୍ରବେଶ ଉଦ୍ୟମ ବିଫଳ । ୨ ଆତଙ୍କବାଦୀ ନିହତ । ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ । କାଶ୍ମୀର ପୁଞ୍ଚ ଜିଲ୍ଲା ବାଲାକୋଟରେ ଅନୁପ୍ରବେଶ ଉଦ୍ୟମ ବିଫଳ । ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ । ଏକେ-୪୭ , ୨ ମାଗାଜିନ୍, ୨ ହ୍ୟାଣ୍ଡ ଗ୍ରେନେଡ , ୩୦ ରାଉଣ୍ଡ ଗୁଳି ଜବତ ।
ଏହି ଘଟଣା ପରେ ଅନେକ ସ୍ଥାନରେ ଆଲର୍ଟ ଘୋଷଣା କରାଯାଇଥିଲା । ଅଗଷ୍ଟ ୨୧ ଦିନ ସକାଳେ ସୈନ୍ୟମାନେ ଦୁଇଜଣ ଆତଙ୍କବାଦୀଙ୍କୁ ବାଲାକୋଟର ହାମିରପୁର ଅଞ୍ଚଳରେ ଘନ କୁହୁଡ଼ି, ଘଞ୍ଚ ଜଙ୍ଗଲର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ଦେଖିଥିଲେ। ଆତଙ୍କବାଦୀମାନେ ସେନା ଦ୍ୱାରା ସ୍ଥାପିତ ବ୍ୟାରିକେଡ୍ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ଚ୍ୟାଲେଞ୍ଜ କରାଯାଇଥିଲା ଏବଂ ପରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ଏଲଓସି ନିକଟରେ ତଳେ ପଡ଼ିଯାଇଥିଲେ।
Views: 110











