ଭୁବନେଶ୍ୱର: ୨୮ରେ ଧଉଳି ଶାନ୍ତିସ୍ତୂପର ୫୧ ତମ ପ୍ରତିଷ୍ଠା ଦିବସ । ଧଉଳି ଯାହାର ପ୍ରତିଟି କୋଣ ଅନୁକୋଣରେ ରହିଛି ସମ୍ରାଟ ଅଶୋକଙ୍କ ଗାଥା । କଳିଙ୍ଗ ଯୁଦ୍ଧର ରକ୍ତରଞ୍ଜିତ କଥାବସ୍ତୁ । ସମ୍ରାଟ ଅଶୋକଙ୍କ ବୀରତ୍ୱର ଏବଂ ମୌର୍ୟ୍ୟ ସମ୍ରାଜ୍ୟର ବିଦ୍ରୋହ ଗାଥା । ପୁଣି ଅଚଳ ହୋଇପଡ଼ିଛି ଧଉଳି ‘ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’। ଓଡ଼ିଶା ପର୍ୟ୍ୟଟନର ସ୍ୱର୍ଣ୍ଣ ତ୍ରିଭୁଜରୁ ଏହି କୋଣ ପର୍ୟ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଥିଲେ ବି ଏହି ସୋ’ ଅଚଳାବସ୍ଥାରେ ଥିବାରୁ ନିରାଶ ହେଉଛନ୍ତି ପର୍ୟ୍ୟଟକ।
ସୂଚନା ଅନୁସାରେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୬ଲକ୍ଷ ୬କୋଟି ଟଙ୍କା ବ୍ୟୟରେ ୨୦୧୫ ଅଗଷ୍ଟ ମାସରେ ଓଡ଼ିଶାର ପ୍ରଥମ ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଅତ୍ୟାଧୁନିକ ଥ୍ରୀ-ଡି ପ୍ରୋଜେକସନ୍ ମ୍ୟାପିଂ ଟେକ୍ନୋଲୋଜି ସହ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଏହାର ଡିଜାଇନ୍ ପ୍ରସ୍ତୁତ କରିଥିଲେ। ଅଶୋକଙ୍କ କଳିଙ୍ଗ ଯୁଦ୍ଧ କଥା ଓ କଳିଙ୍ଗ ସମ୍ପର୍କିତ ଗାଥାକୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଅଭିନେତା କବିର ବେଦୀ, ଓମ୍ ପୁରୀ ଓ ବିଜୟ ମହାନ୍ତିଙ୍କ କଣ୍ଠସ୍ୱରରେ ଶୁଣିବାକୁ ମିଳୁଥିଲା। ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ସନ୍ଧ୍ୟା ୬ଟା ଓ ୬.୪୫ରେ ଏହି ସୋ ୩୫ ମିନିଟ୍ ଲେଖାଏ ପ୍ରଦର୍ଶିତ ହେଉଥିଲା। ଯାହା ଧଉଳିର ଗାରିମା ବଢ଼଼ାଉଥିଲା। ସନ୍ଧ୍ୟା ହେଲେ ୨୫ଟଙ୍କା ଲେଖାଏଁ ଟିକଟ୍ କାଟି ସୋ’ ଦେଖିବାକୁ ପର୍ୟ୍ୟଟକଙ୍କ ଲାଇନ୍ ଲାଗୁଥିଲା।
ତେବେ ଗତବର୍ଷ ଅକ୍ଟୋବର ୨୮ ତାରିଖରେ ପାଳନ ହୋଇଥିଲା ଧଉଳି ଶାନ୍ତସ୍ତୂପର ୫୦ତମ ପୂର୍ତ୍ତି। ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଜାପାନ, ଆମେରିକା, କାଜାକ୍ସ୍ତାନ, ଶ୍ରୀଲଙ୍କା, ଚୀନ୍, ୟୁକ୍ରେନ୍ ଆଦି ଦେଶର ବହୁ ସଂଖ୍ୟାରେ ବୌଦ୍ଧ ସନ୍ନ୍ୟାସୀ ଓ ବୌଦ୍ଧ ଭିକ୍ଷୁକ ଯୋଗଦେଇଥିଲେ। ବୌଦ୍ଧ ଧର୍ମର ଲୋଟସ୍ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଶାନ୍ତିସସ୍ତୂପ। ତେବେ ଫନୀ ପରଠାରୁ ଅଚଳାବସ୍ଥାରେ ପଡ଼ି ରହିଥିବା ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ ଧଉଳିର ୫୦ତମ ପୂର୍ତ୍ତି ଦିବସରେ କାର୍ୟ୍ୟକାରୀ କରାଯାଇଥିଲା। ପୂର୍ବଭଳି ସନ୍ଧ୍ୟାରେ ପର୍ୟ୍ୟଟକମାନେ ଏହାକୁ ଉପଭୋଗ କରିବାର ସୁଯୋଗ ପାଉଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯଥା ପୂର୍ବ ତଥା ପରଂ। ପୁଣି ଥରେ ପୂର୍ବଭଳି ଅଚଳ ହୋଇ ପଡ଼ିରହିଛି ଏହି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ବ୍ୟବସ୍ଥା।
୨୮ରେ ଧଉଳି ଶାନ୍ତିସ୍ତୂପର ୫୧ ତମ ପ୍ରତିଷ୍ଠା ଦିବସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











