ନୂଆଦିଲ୍ଲୀ : ଭାରତର ଯେସାକୁ ତେସା ନୀତି । ୨୪ ଘଣ୍ଟା ଭିତରେ କଡା ଜବାବ ଦେଲା ଭାରତ । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଆରୋପ ଲଗାଇ କାନାଡା ସରକାର ସୋମବାର ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ନେଇ ଆଦେଶ ଦେଇଥିଲେ । ତେବେ ଏହାର ୨୪ ଘଣ୍ଟା ଭିତରେ ଭାରତ ଯେସାକୁ ତେସା ନୀତି ଆପଣାଇ ସମାନ ଡଙ୍ଗରେ ଜବାବ ଦେଇଛି । କାନାଡାର ଏହି କାର୍ୟ୍ୟାନୁଷ୍ଠାନର ଜବାବରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଦେଇଛି । କେନ୍ଦ୍ର ସରକାର ଭାରତରେ କାନାଡାର ହାଇକମିଶନରଙ୍କୁ ତଲବ କରି ପାଞ୍ଚ ଦିନ ଭିତରେ ଭାରତ ଛାଡ଼ିବା ପାଇଁ କହିଛନ୍ତି । ସରକାର କହିଛନ୍ତି ଯେ, ଏହି କାର୍ୟ୍ୟାନୁଷ୍ଠାନ ଆମର ଅନ୍ତରୀଣ ମାମଲାରେ କାନାଡାର କୂଟନୀତିଜ୍ଞଙ୍କ ହସ୍ତକ୍ଷେପ ଏବଂ ଭାରତ ବିରୋଧୀ କାର୍ୟ୍ୟକଳାପରେ ତାଙ୍କର ସମ୍ପୃକ୍ତି ଉପରେ ଭାରତ ସରକାରଙ୍କ ବୃଦ୍ଧି ଚିନ୍ତାକୁ ଦର୍ଶାଉଛି । ଜୁନ ୨୦୨୩ରେ ହୋଇଥିବା ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବାର ଆରୋପ ଲଗାଇ କାନାଡା ଭାରତର ଜଣେ ଶୀର୍ଷ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଅବଶ୍ୟ କାନାଡାର ଏହି ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଖାରଜ କରି କହିଥିଲେ ଯେ କାନାଡାରେ ହିଂସାର କୌଣସି ବି କାର୍ୟ୍ୟରେ ଭାରତ ସରକାର ସାମଲ ଥିବା ଆରୋପ ଅବୈଧ ଏବଂ ମନଗଢ଼ା ଅଟେ ।
୨୪ ଘଣ୍ଟା ଭିତରେ ଜବାବ ଦେଲା ଭାରତ, କାନାଡା କୂଟନୀତିଜ୍ଞଙ୍କୁ କଲା ବହିଷ୍କାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











