The Ultimate Managed Hosting Platform
ADVERTISEMENT

୨୪ ଘଣ୍ଟାରେ ଆଉ ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ

Facebook
Twitter
LinkedIn

ସୁନ୍ଦରଗଡ଼: ଚିନ୍ତା ବଢାଉଛି ସ୍କ୍ରବ ଭାଇରସ । ପୁଣି ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ୨୪ ଘଣ୍ଟାରେ ପୁଣି ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ସୁନ୍ଦରଗଡ଼ରେ ରୋଗୀଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ। ଲୋକଙ୍କୁ ଜ୍ୱର, ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେଉଥିବା ଲକ୍ଷଣ ଦେଖାଯାଉଛି। ଏଥିସହିତ ଲୋକଙ୍କୁ ସଚେତନ କରିବା ପାଇଁ ଆଶା କର୍ମୀ ଓ ANM ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login