The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

୨ୟ ଦିନିକିଆରେ ବର୍ଷା ବାଧକ, ଟସ୍‌ ହାରି ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ

Facebook
Twitter
LinkedIn

ଭାରତ ପାଇଁ ଶେଷ ସୁଯୋଗ । ଦିନିକିଆ ସିରିଜ୍‌କୁ କମ୍‌ବ୍ୟାକ୍‌ କରିବାକୁ ହେଲେ ୨ୟ ଦିନିକିଆ ମ୍ୟାଚ୍‌କୁ ଜିତିବାକୁ ହେବ । ପ୍ରଥମ ଦିନିକିଆରେ ପରାଜୟ ପରେ ଟିମ୍‌ ଇଣ୍ଡିଆରେ ଏବେ ଟାର୍ଗେଟ ୨ୟ ଦିନିକିଆ । ନ୍ୟୁଜିଲାଣ୍ଡର ହାମିଲଟନ୍‌ର ସିଡେନ୍‌ ପାର୍କରେ ସିରିଜ୍‌ର ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି ।

୨ୟ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଯାହାଫଳରେ ପ୍ରଥମେ ବ୍ୟାଟିଂ  କରିବାକୁ ଓହ୍ଲାଇଛି ।  ଓପନର ଶିଖର ଧାଓ୍ୱନ ଓ ଶୁଭମନ୍‌ ଗିଲ୍‌ ପଡିଆକୁ ଓହ୍ଲାଇଛନ୍ତି । ପୂର୍ବ ମ୍ୟାଚ୍‌ ପରି ଉଭୟ ଅତି ରକ୍ଷଣାତ୍ମକ ଭାବେ ବ୍ୟାଟିଂ କରୁଛନ୍ତି । ଉଭୟ  ୪.୫ ଓଭର ଖେଳି ୨୨ ରନ୍‌ ସଂଗ୍ରହ କରିଛନ୍ତି । ସେଥିରେ ଶିଖର ଧାଓ୍ୱନଙ୍କ ବ୍ୟକ୍ତିଗତ ୨ରନ୍‌ ଥିବା ବେଳେ ଶୁଭ୍‌ମନ ଗିଲ୍‌ଙ୍କ ୧୯ ରନ୍‌ ରହିଛି । ହେଲେ ବର୍ଷା ସାଜିଛି ପୁଣି ବାଧକ । ବର୍ଷା ପାଇଁ ଖେଳକୁ ୪.୫ ଓଭରରେ ସ୍ଥଗିତ ରଖାଯାଇଛି । ବର୍ଷା ଛାଡିବା ପରେ ପୁଣି ଥରେ ଖେଳ ଆରମ୍ଭ ହେବ ।

ପ୍ରଥମ ଦିନିକିଆ ଜିତି ପୁରା ଜୋଶ୍‌ରେ ଅଛି ଘରୋଇ କିଓ୍ୱି ଟିମ୍‌ । ପ୍ରଥମ ଦିନିକିଆରେ ଭାରତୀୟ ଟିମ୍‌ ୫୦ ଓଭରରେ ୩୦୦ରୁ ଅଧିକ ରନ୍‌ କରିଥିଲେ ବି ବିଜୟୀ ହୋଇପାରିନଥିଲା । ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ପାରିନଥିଲା ଭାରତୀୟ ବୋଲିଂ ଲାଇନ୍‌ଅଫ୍‌ ।  ଶେଷରେ ପ୍ରଥମ ଦିନିକିଆରେ ଧରାଶାୟୀ ହୋଇଥିଲା ଟିମ୍‌ ଇଣ୍ଡିଆ । ଦିନିକିଆ ସିରିଜ୍‌ରେ ଏବେ ଘରୋଇ ଟିମ୍‌ ୧-୦ରେ ଆଗୁଆ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login