ବୈାଦ୍ଧ : ସଂରକ୍ଷିତ ଜଙ୍ଗଲରେ ୨ଟି ମାଓ କ୍ୟାମ୍ପ ଠାବ ହୋଇଛି । ମନମୁଣ୍ଡା ଖାନା ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରେ ଠାବ ହୋଇଛି । କନପା ଓ କୁଆକୁମୁଡା ଅଞ୍ଚଳରୁ ଠାବ କଲା ଡିଭିଏଫ ଓ ଏସଓଜି । କ୍ୟାମ୍ପରୁ ବିପୁଳ ମାଓ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଜବତ । ଏବେବି ସ୍ଥାନୀୟ କନପା ଓ କୁଆକୁମୁଡା ଜଙ୍ଗଲରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି । ବିପୁଳ ଅସ୍ତ୍ରଶସ୍ତ୍ର ସହ ୭ଟି ଡିଟୋନିଟର, ବିଦ୍ୟୁତ ତାର ମୋବାଇଲ ଫୋନ ଜବତ ହୋଇଛି । ସେହିପରି ଗତକାଲି ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ ହୋଇଥିଲେ ।
Views: 34