The Ultimate Managed Hosting Platform
ADVERTISEMENT

୧୫ ଦିନିଆ ରିମାଣ୍ଡରେ ଯିବେ ହେମନ୍ତ ସୋରେନ

Facebook
Twitter
LinkedIn

ରାଞ୍ଚି : ହେମନ୍ତ ସୋରେନଙ୍କ ବଢୁଛି ଅଡୁଆ । ଝାଡଖଣ୍ଡରେ ତେଜୁଛି ରାଜନୀତି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଗିରଫ ହେବା ପରେ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଛି । ଗୋଟିଏ ପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବ। ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଚମ୍ପାଇ ସୋରେନ୍ । ବୁଧବାର ରାତିରେ ହେମନ୍ତ ସୋରେନ ରାଜଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ଇଡି ହେମନ୍ତ ସୋରେନଙ୍କୁ ୧୫ ଦିନ ରିମାଣ୍ଡରେ ନେଇପାରେ ବୋଲି ସୂଚନା ରହିଛି । ହେମନ୍ତ ସୋରେନଙ୍କ ଗିରଫ ହେବା ପରେ ବିରୋଧୀ ଦଳ ଆଇଏନଡିଏ ବ୍ଲକର ଶୀର୍ଷ ନେତା ବୁଧବାର ସନ୍ଧ୍ୟାରେ ବୈଠକ କରି ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login