The Ultimate Managed Hosting Platform
ADVERTISEMENT

୧୨ ଘଣ୍ଟିଆ ପଦ୍ମପୁର ବନ୍ଦ

Facebook
Twitter
LinkedIn

ପଦ୍ମପୁର : ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ପାଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଦ । ଗାଇସିଲଟ, ପଦ୍ମପୁର, ଝାରବନ୍ଧ ଓ ପାଇକମାଳରେ ବନ୍ଦ ପାଳନ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଜିଲ୍ଲା ଘୋଷଣା ନ ହେବାରୁ ପ୍ରତିବାଦ । ସମଗ୍ର ପଦ୍ମପୁରରେ ବନ୍ଦ ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତା ପାର୍ଶ୍ବରେ ଯାନବାହାନ ଯାତାୟତ କରି ନ ପାରି ବନ୍ଦ ରହିଛି। ପଦ୍ମପୁର ସହରର ସମସ୍ତ ସଂଯୋଗୀକରଣ ରାସ୍ତା ବନ୍ଦ ରହିଛି। ଝାରବନ୍ଧ, ପାଇକମାଲ, ଧୁମାଭଟା, ଲଖମରା, ଦହିତା, ଗାଇସିଲେଟ, ମେଲଛାମୁଣ୍ତା, ଛିନ୍ଦେକେଲା, ଗୁଦେରପାଲି, କେରମେଲି, ବରତୁଣ୍ତା ଓ ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ରାସ୍ତା ବନ୍ଦ କରାଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି କାରଣରେ ଯାନବାହାନ ଛଡା ଯାଉନାହିଁ। ଅନ୍ୟ ବନ୍ଦ ତୁଳନାରେ ଜିଲ୍ଲା ଦାବି ବନ୍ଦ ପ୍ରବଳ ପ୍ରଭାବଶାଳୀ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login