ଢେଙ୍କାନାଳ : ଜିଲ୍ଲା ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ । ଟିପିସିଓଡିଏଲର ମନମୁଖି କାର୍ଯ୍ୟ ବିରୋଧରେ ଢେଙ୍କାନାଳ ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ପିକେଟିଂ ସହ ଏନଏଚ୫୫ ଅବରୋଧ , ଅଟକିଲା ଗାଡି । ସ୍ମାର୍ଟ ମିଟର ଲଗାଇ ଅତ୍ୟଧିକ ବିଲ ଆଦାୟ କରୁଥିବା ସଂଘର ଅଭିଯୋଗ । ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ଠପ୍ ହୋଇଯିବା ସହ ଦୋକାନ ବଜାର ବନ୍ଦ ରହିଛି। ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି । ୫୫ ନମ୍ବର ଜାତୀୟ ରାଜପଥ ଉପରେ ଅଟକି ରହିଛି ଶହ ଶହ ଗାଡ଼ି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
Views: 24











