ଭବାନୀପାଟଣା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ । ଜିଲ୍ଲାର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ବନ୍ଦ । କଟନୀଛଟନି, କପାର ଅଭାବୀ ବିକ୍ରି, ବିଦ୍ୟୁତ ଦର ପ୍ରତିବାଦରେ ବନ୍ଦ । ଜିଲ୍ଲାରେ ଅବାଧ ମଦ କାରବାରକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ବିଜେପି ନେତା ଓ କର୍ମୀ ରାସ୍ତା ଉପରେ ଆନ୍ଦୋଳନ କରୁଛନ୍ତି । ଫଳରେ ଗାଡ଼ିମଟର ଚଳାଚଳ ସହ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି ।
Views: 98











