ଆଠଗଡ : ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଠଗଡ ବନ୍ଦ ପାଳନ । ଆଠଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ । ଦୋକାନ, ବଜାର ବନ୍ଦ, ଗାଡି ଚଳାଚଲ ପ୍ରଭାବିତ । ଆଠଗଡକୁ ଜିଲ୍ଲା ମାନ୍ୟତା ଦାବି ଅଣଦେଖା କରାଯାଉଥିବାରୁ ଗତ ଏକ ମାସ ହେବ ଆଠଗଡ ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସୁଥିଲେ କ୍ରିୟାନୁଷ୍ଠାନ କମିଟି । ଆଜି ଏହାକୁ ନେଇ ବନ୍ଦ ଡାକରା ଦେଇଛି କମିଟି । ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ଓକିଲ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆଠଗଡ ଡିଏସ୍ପିଙ୍କ ନେତୃତ୍ୱରେ ତିନି ପ୍ଲାଟିନ୍ ଫୋର୍ସ ମୁତୟନ ରହିଛନ୍ତି । ବନ୍ଦ ପ୍ରଭାବରେ ଆଠଗଡରେ ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
Views: 82











