ଗାଜିଆବାଦ : ଜୀବନ ନେଇଗଲା ସାବତ ମା । ହଁ ଆଜ୍ଞା ୧୧ ବର୍ଷର ପୁଅର ଜୀବନ ନେଇଛି ସାବତ ମା । ଜନ୍ମ କଲା ମା ନୁହେଁ ବୋଲି ପୁଅକୁ ସ୍ୱେରେଜ ଟାଙ୍କିରେ ଫୋପାଡି ଦେଇଥିଲା । ଏଭଳି ଘଟଣା ଘଟିଛି ଗାଜିଆବାଦ ଜିଲ୍ଲାର ମୋଦୀ ନଗର ଅଞ୍ଚଳରେ । ୧୧ ବର୍ଷର ସାବତ ପୁଅକୁ ହତ୍ୟା କରି ସ୍ୱେରେଜ୍ ଟ୍ୟାଙ୍କରେ ଫୋପାଡି ଦେଇଥିଲା ସାବତ ମା । ସୂଚନା ଅନୁଯାୟୀ , ଗତ ରବିବାର ଦି ଶାଦବ ନାମକ ବଙ୍କଳ ନିଖୋଜ ଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ବେଳେ ପୋଲିସ ଘରର ପୁଙ୍ଖାନୁପୁଙ୍ଗ ଅନୁସନ୍ଧାନ କରିଥିଲା । ଏହା ପରେ ଶାଦବ ଙ୍କ ମୃତଦେହ ସ୍ୱେରେଜ ଟାଙ୍କିରୁ ପାଇଥିଲା । ତେବେ ଏହି ଘଟଣାରେ ଶାଦବଙ୍କ ସାବତ ମା ରେଖା ପୁଅକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ । ମୋଦୀ ନାଗର ଅଞ୍ଚଳର ଅତିରିକ୍ତ ପୋଲିସ କମିଶନର ଜୟନ ପ୍ରକାଶ ରାୟଙ୍କ କହିବା ଅନୁଯାୟୀ, ରବିବାର ଖେଳିବା ପରେ ଶାଦବ ଘରକୁ ଫେରିବା ପରେ ରେଖା ତାଙ୍କୁ ପୂର୍ବ ଯୋଜନାବଦ୍ଧ ଷଡଯନ୍ତ୍ରରେ ହତ୍ୟା କରି ତାଙ୍କ ମୃତଦେହକୁ ଘରେ ନିର୍ମିତ ସ୍ୱେରେଜ୍ ଟ୍ୟାଙ୍କରେ ଫିଙ୍ଗି ଦେଇଥିଲେ। ସୂଚନାନୁସାରେ, ରେଖା ଶାଦବଙ୍କ ପିତା ରାହୁଲ ସେନଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଏବଂ ସେ ତାଙ୍କ ସାବତ ପୁଅକୁ ପସନ୍ଦ କରୁନଥିଲେ। ରେଖା ତାଙ୍କ ସ୍ୱାମୀ ରାହୁଲ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ମୁଖରେ ଦାବି କରିଥିଲେ ଯେ ଶାଦବଙ୍କୁ ଅପହରଣ କରାଯାଇଛି।
୧୧ ବର୍ଷ ପୁଅର ଜୀବନ ନେଇଗଲା ସାବତ ମା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











