ଭୁବନେଶ୍ୱର : ବର୍ଷକୁ ବର୍ଷ ବଢୁଚି ହାତୀଙ୍କ ମୃତ୍ୟୁ ସଂଖ୍ୟା । ତଥ୍ୟ ଅନୁସାରେ, ୧୦ ବର୍ଷରେ ପ୍ରାଣ ହରାଇଲେଣି ୮୫୭ ହାତୀ । ସେଥିରୁ ୩୦୮ ହାତୀ ରୋଗରେ ଶିକାର ହୋଇ ମୃତ୍ୟୁ ଘଟିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତରେ ଜୀବନ ହରାଇଛନ୍ତି । ପ୍ରାକୃତିକ କାରଣରୁ ୨୨୯ ହାତୀଙ୍କ ଜୀବନ ଯାଇଥିବା ବେଳେ ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯ ଟି ହାତୀଙ୍କ ଜୀବନ ଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧ ଶହ ୩ ରହିଛି ।
Views: 72











