ଜଗତସିଂହପୁର : ୬ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ।୨୦୧୩ ମସିହାରୁ ୧୦୮ ଆମ୍ବୁଲାନ୍ସ ରେ ନିଷ୍ଠାପୂର୍ଣ୍ଣ,ନିଶ୍ୱାର୍ଥପର ଓ ନିରବଚ୍ଛିନ୍ନ ଭାବରେ କାର୍ୟ୍ୟ କରି ଆସୁଥିବା ଏହି କର୍ମଚାରୀ ମାନଙ୍କ ପ୍ରତି ସରକାର ଅଣଦେଖା କରିଆସୁଛନ୍ତି।ଏହି କର୍ମଚାରୀ ମାନେ ଯେ କୌଣସି ପ୍ରାକୃତିକ ବିପର୍ୟ୍ୟୟ ବନ୍ୟା,ବାତ୍ୟା,କରୋନା ମହାମାରୀ,ସାମୁହିକ ଦୁର୍ଘଟଣା ସହିତ ନିକଟରେ ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଭଳି ପରିସ୍ଥିତିରେ ରୋଗୀମାନଙ୍କୁ ସଠିକ୍ ଭାବରେ ସେବା ଯୋଗାଇ ଦେଉଛନ୍ତି।କର୍ମଚାରୀ ମାନେ ରାତିଦିନ ୨୪ ଘଣ୍ଟା ରୋଗୀମାନଙ୍କ ସେବାରେ କାର୍ୟ୍ୟ କରିଆସୁଛନ୍ତି।୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିଗୁଡିକୁ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ କର୍ମଚାରୀ ମାନଙ୍କ ରହିବା ପାଇଁ ବିଶ୍ରାମ ଗୃହ ସହିତ ଶୌଚାଳୟ ବ୍ୟବସ୍ଥା କରିବା,୧୦୮ କର୍ମଚାରୀଙ୍କୁ ନିୟମିତ କରିବା ନଚେତ୍ ସ୍ୱତନ୍ତ୍ର ପ୍ୟାକେଜ, ୫ଘଣ୍ଟିଆ କରି ପାରିଶ୍ରମିକ ଅନୁସାରେ ଇଏମଟି ଙ୍କୁ ୩୦ହଜାର,ଆମ୍ବୁଲାନ୍ସ ଚାଳକଙ୍କୁ ୨୫ ହଜାର ଓ ଆଟେଡ଼ାଣ୍ଟ ଙ୍କୁ ୨୦ ହଜାର ଟଙ୍କା ଦରମା ପ୍ରଦାନ କରିବା ଆଦି ୬ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ୬ ଦଫା ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











