The Ultimate Managed Hosting Platform
ADVERTISEMENT

ୟେମେନରେ ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ, ୮୦ ଜଣଙ୍କର ଗଲାଣି ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ୟେମେନରେ ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ । ଫୁଏଲ ପୋର୍ଟ ଧ୍ୱଂସ । ପଶ୍ଚିମ ୟେମେନରେ ଥିବା ରାସ ଇସା ଫୁଏଲ ପୋର୍ଟରେ ଆମେରିକାର ଆକ୍ରମଣରେ ୮୦ରୁ ଅଧିକଙ୍କ ମୃତ୍ୟୁ । ହାଉଥି ବିଦ୍ରୋହୀଙ୍କ କବଜାରେ ଥିବା ଏହି ତୈଳ ବନ୍ଦର ଉପରେ ଆକ୍ରମଣରେ ୧୨୦ରୁ ଅଧିକ ଅଧିକ ଆହତ ହୋଇଛନ୍ତି । ଇରାନ ସମର୍ଥିତ ହାଉଥି ଆତଙ୍କବାଦୀଙ୍କ ବିରୋଧରେ ଆମେରିକା ଅଭିଯାନ ଚଳାଇଛି । ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆମେରିକା ହାଉଥି ବିରୋଧୀ ଅଭିଯାନକୁ ଜୋରଦାର କରିଛି । ହାଉଥି ଉପରେ ଆମେରିକାର ଏହା ବଡ଼ ଘାତକ ଆଟାକ ବୋଲି କୁହାଯାଉଛି । ରେଡ ସି ଓ ଆଡେନ ଉପସାଗରରେ ବେସାମରିକ ଓ ସାମରିକ ଜାହାଜ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ୱାଶିଂଟନ ମାର୍ଚ୍ଚ ୧୫ରୁ ହାଉଥିଙ୍କ ଉପରେ ଏୟାର ଷ୍ଟ୍ରାଇକ କରିଆସୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login