ଭୁବନେଶ୍ୱର : ୟୁନିଟ-୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ ପରେ ହାତାହାତି । ପୋଲିସ ଉପସ୍ଥିତିରେ ଗୋଡାଇ ଗୋଡାଇ ପିଟିଲେ । ଚେୟାର ଉଠାଇ ଆକ୍ରମଣ କରିବା ଦୃଶ୍ୟ ସାମ୍ନାକୁ ଆସିଲା । ଦୋକାନୀ-ଦୋକାନୀ ବିବାଦରୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ତେବେ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟରେ ଆଜି ଅଗ୍ନିକାଣ୍ଡ ହୋଇଥିଲା । ହୁତୁହୁତୁ ହୋଇ ଜଳିଗଲା ୧୫ରୁ ୨୦ ଦୋକାନ । ୧୧ଟି ଦମକଳ ଗାଡି ଦ୍ୱାରା ନିଆଁ ଆୟତ୍ତ ହୋଇଛି । ନିଆଁ କିପରି ଲାଗିଲା କାରଣ ସ୍ପଷ୍ଟ ହୋଇନି ।
Views: 61











