ନୂଆଦିଲ୍ଲୀ :ରୁଷ-ୟୁକ୍ରେନ ଯୁଦ୍ଧକୁ ପୁରୁଛି ୩ ବର୍ଷ । ପୁଣି ରୁଷ ୟୁକ୍ରେନ ଉପରେ ବଡ ଆକ୍ରମଣ କରିଛି । ୟୁକ୍ରେନର ରାଜଧାନୀ କିବ୍ ସମେତ ୧୩ଟି ସହରରେ ଉପରେ ଭୟାନକ ଡ୍ରୋନ୍ ଆକ୍ରମଣ କରିଛି ପୁଟିନ ସେନା । ରବିବାର ରାତିରେ ଋଷ ୨୦୦ରୁ ଅଧିକ ଡ୍ରୋନ ଆକ୍ରମଣ କରିଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କି । ୨୦୨୨ ଫେବ୍ରୁଆରି ୨୪ ତାରିଖରେ ୟୁକ୍ରେନ ଉପରେ ପ୍ରଥମେ ଆକ୍ରମଣ କରିଥିଲା ଋଷ ସେନା । ଏହା ପରଠୁ ରବିବାର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି ଋଷ । ୟୁକ୍ରେନର ଖାର୍କିଭ, ପୋଲଟାଭା, ସୁମି, କିବ୍, ଚେର୍ନିହିଭ, ମାଇକୋଲିଭ ଓ ଓଡେସା ସମେତ ୧୩ଟି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବିଶେଷ କରି ଭିତ୍ତିଭୂମିକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ୟୁକ୍ରେନ ବାୟୁସେନା ମୁଖପାତ୍ର ୟୁରି ଇଗ୍ନାଟ୍ କହିଛନ୍ତି ଯେ ସମନ୍ୱିତ ଆକ୍ରମଣରେ ୨୬୭ଟି ରୁଷୀୟ ଡ୍ରୋନ୍ ଉତ୍କ୍ଷେପଣ କରାଯାଇଥିଲା । ଶତାଧିକ ଡ୍ରୋନ୍କୁ ଅଟକାଯାଇଥିବା ବେଳେ ଅନ୍ୟ ଡ୍ରୋନ୍ଗୁଡ଼ିକ ଯୋଗୁଁ କ୍ଷୟକ୍ଷତି ହୋଇଛି ।
ୟୁକ୍ରେନ ଉପରେ ରୁଷରୁ ସବୁଠୁ ବଡ ଆକ୍ରମଣ, ୧୩ଟି ସହର ଉପରେ ଡ୍ରୋନ ଆକ୍ରମଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











