ଭୁବନେଶ୍ୱର : ହ୍ୟୁମାନ ମୃତ୍ୟୁ ମାମଲାରେ ବଡ ଖବର । ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅର୍ପିତା ଚୈାଧୁରୀ । ସୋମେଶ ଶତପଥୀଙ୍କ ସହ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ସୋମେଶ, ଅର୍ପିତାଙ୍କ ସହ ୯ ଜଣଙ୍କ ନାଁରେ ଏତଲା କରିଛନ୍ତି ହ୍ୟୁମାନଙ୍କ ମା । ଏତଲା ଆଧାରରେ ମାମଲା କରି ତଦନ୍ତ କରୁଛି କଟକ ପୋଲିସ । ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀ ଆଗୁଆ ଜାମିନ ଆବଦେନ କରିଥିଲେ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ମମାଲା ରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ମର୍କତ ନଗର ଥାନାରେ ରୁଜୁ ମାମଲାର ତଦନ୍ତ କରୁଛି କମିଶନରେଟ ପୋଲିସ । ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ବିଷ ଦେଇ କିମ୍ବା ଶାରୀରିକ କ୍ଷତି ପହଞ୍ଚାଇ ହତ୍ୟା କରାଯାଇଥିବା ଶେଫାଳି ସୁନା ଆଶଙ୍କା କରିଛନ୍ତି ।
Views: 81











