ନୂଆଦିଲ୍ଲୀ: ତାଙ୍କ ହ୍ବାଟସଆପରେ ବାପା ଶରଦ ପାୱାରଙ୍କ ପ୍ରତି ଧମକ ବାର୍ତ୍ତା ପାଇଥିବା କହି ଗୁରୁବାର ଦିନ ‘ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟି’ (ଏନସିପି) ସାଂସଦ ସୁପ୍ରିୟା ସୁଲେ ମହାରାଷ୍ଟ୍ର ସରକାର ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସୁପ୍ରିୟା ସୁଲେ କହିଛନ୍ତି, ଗୋଟାଏ ୱେବ୍ସାଇଟ୍ ମାଧ୍ୟମରେ ଶରଦ ପାୱାରଙ୍କୁ ଧମକ ଦିଆଯାଇଛି। ଏହାର ବିଚାର ପାଇଁ ସେ ଥାନାକୁ ଆସିଛନ୍ତି। ସୁଲେକହିଛନ୍ତି, ପାୱାର୍ ସାହେବଙ୍କ ନାଁରେ ମୁଁ ହ୍ବାଟସଆପରେ ଗୋଟାଏ ମେସେଜ୍ ପାଇଛି। ତାଙ୍କୁ ଗୋଟାଏ ୱେବସାଇଟ୍ ଜରିଆରେ ଧମକ ଦିଆଯାଇଛି। ତେଣୁ, ଏହାର ବିଚାର କରିବା ଲାଗି ମୁଁ ପୁଲିସ ପାଖକୁ ଆସିଛି। ମୁଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବି ଅନୁରୋଧ କରୁଛି। ଏଭଳି କାର୍ୟ୍ୟ ନିମ୍ନସ୍ତରର ରାଜନୀତି। ଏହାକୁ ବନ୍ଦ କରାଯିବା ଉଚିତ।
Views: 116











