କେରଳ : କେରଳରେ ରାଷ୍ଟ୍ରପତିଙ୍କ ଚପର ଲ୍ୟାଣ୍ଡିଂ ବେଳେ ଅଘଟଣ । ଲ୍ୟାଣ୍ଡିଂ ବେଳେ କଂକ୍ରିଟ ହେଲିପ୍ୟାଡରେ ଫସିଲା ଚପର ଚକ । କେରଳର ପ୍ରମଦମରେ ଚପର ଲ୍ୟାଣ୍ଡିଂ ବେଳେ ଧସିଲା ହେଲିପ୍ୟାଡ । ହେଲିକପ୍ଟରକୁ ଠେଲି ଠେଲି ଉଦ୍ଧାର କରିଛନ୍ତି ପୋଲିସ ଏବଂ ଅଗ୍ନିଶମ ଟିମ୍ । ବାୟୁସେନା ହେଲିକପ୍ଟର ଓଜନ ଯୋଗୁଁ ହେଲିପ୍ୟାଡରେ ଗୋଟେ ଭାଗ ଧସିଯାଇଥିଲା । ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ପାଇଛି । ପୋଲିସ ଓ ଅଗ୍ନିଶମ ଟିମ୍ ହେଲିକପ୍ଟରକୁ ଠେଲୁଥିବାରୁ ଭିଡିଓ ସାମ୍ନାକୁ ଆସିଛି ।
ଖବର ମୁତାବକ, ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ କେରଳ ଗସ୍ତରେ ରହିଛନ୍ତି । ସେ ଗତକାଲି କେରଳର ଥିରୁଅନନ୍ତପୁରମରେ ପହଞ୍ଚିବା ପରେ ଆଜି ସାବରିମାଳା ମନ୍ଦିର ଯାଇଥାନ୍ତେ । କେରଳ ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର । ହେଲିକପ୍ଟରକୁ ଠେଲି ଠେଲି ଉଦ୍ଧାର କରିଛନ୍ତି ପୋଲିସ ଏବଂ ଅଗ୍ନିଶମ ଟିମ୍ । ବାୟୁସେନା ହେଲିକପ୍ଟର ଓଜନ ଯୋଗୁଁ ହେଲିପ୍ୟାଡରେ ଗୋଟେ ଭାଗ ଧସିଯାଇଥିଲା । ଏହାପରେ ଆସନ୍ତାକାଲି ଥିରୁଅନନ୍ତପୁରମ ରାଜଭବନରେ ପୂର୍ବତନ ରାଷ୍ଟ୍ରପତି କେଆର ନାରାୟଣଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥାନ୍ତେ ।
ହେଲିପ୍ୟାଡରେ ଫସିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











