କୋଣାର୍କ : ମହିଳା ଜଣଙ୍କୁ ଆକ୍ରମଣ କରିବାରୁ ହେଟାକୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବାଘମୁଣ୍ଡା ଗ୍ରାମରେ । ସୂଚନା ଅନୁଯାୟୀ ବାଘମୁଣ୍ଡା ଗ୍ରାମର ରବୀନ୍ଦ୍ର ନାଥ ସ୍ୱାଇଁଙ୍କର ପତ୍ନୀ ରଚନା ସ୍ୱାଇଁ ସକାଳୁ ଗ୍ରାମର କିଛି ମହିଳାଙ୍କ ସହ ବାଡିପଟକୁ ଶୌଚ ହେବାକୁ ଯାଇଥିବା ସମୟରେ ଏକ ହେଟାବାଘ ରଚନାଙ୍କୁ ଆକ୍ରମଣ କରିବା ସହ ତାଙ୍କ ହାତକୁ କାମୁଡି ଧରିଥିଲା । ସେଠାରେ ଥିବା ଅନ୍ୟ ମହିଳା ମାନେ ବଡ ପାଟି କରିବାରୁ ଗ୍ରାମର କିଛି ଲୋକ ଆସି ରଚନାଙ୍କୁ ହେଟା କବଳରୁ ଉଦ୍ଧାର କରିବା ସହ ତାକୁ ପିଟି ପଟି ମାରିଦେଇଥିଲେ । ରଚନାଙ୍କୁ ଗ୍ରାମବାସୀ ତୁରନ୍ତ ଅସ୍ତରଙ୍ଗ ଡାକ୍ତରଖାନାକୁ ପଠାଇଥିଲେ । ମାତ୍ର ଏପରି ଏକ ଅଭାବନୀୟ ଘଟଣା ବିଷୟରେ ବନଖଣ୍ଡ ଅଧିକାରି ପାଖରେ କୌଣସି ଖବର ନଥିବାରୁ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ତୁରନ୍ତ ପୁରୀ ବନଖଣ୍ଡ ଅଧିକାରୀ ଏଦିଗରେ ଦୃଷ୍ଟିଗୋଚର କରି ଗ୍ରାମ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଦାବି ହୋଇଛି ।
ହେଟାକୁ ପିଟି ପିଟି ମାରିଦେଲେ ଲୋକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











