ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ ଖୋଲା । ଡ୍ୟାମ ବାମ ପାଶ୍ୱର୍ର ୫ ଓ ଡାହାଣ ପାଶ୍ୱର୍ର ୩ଟି ଗେଟ ଖୋଲା । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୧.୨୧ ଫୁଟ ରହିଛି । ଡ୍ୟାମ ଭିତରକୁ ୨, ୩୩, ୪୭୮ କ୍ୟୁସେକ ଜଳ ପ୍ରବେଶ । ଜଳ ଭଣ୍ଡାରରୁ ୧, ୬୧, ୬୭୭ କ୍ୟୁସେକ ଜଳ ନିଷ୍କାସିତ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ ଜଳସ୍ତର । ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ଦିନ ଉପରମୁଣ୍ଡରେ ପୁଣି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ଶନିବାର ଦୁଇଟି ପର୍ୟ୍ୟାୟରେ ୮ଟି ଗେଟ୍ ଖୋଲାଯାଇଛି।
Views: 55