କାମାକ୍ଷାନଗର : କାମାକ୍ଷାନଗରରେ ଆତଙ୍କ ଖେଳାଇଲା ଗାଠେଛଡା ଦନ୍ତା । ରାଜକୁଳା କାଟେଣୀ ଗାଁରେ ପଶି ଆତଙ୍କ ଖେଳାଇଲା ଦନ୍ତା । ଘଉଡାଇବାରୁ ଏନଏଚ ୫୩ରେ ପ୍ରାୟ ୧ ଘଣ୍ଟା ଧରି ବୁଲିଲା ହାତୀ । ଏନଏଚରେ ହାତୀ ଥିବାରୁ ଆଖପାଖ ଗାଁରେ ୩ ଘଣ୍ଟା ବିଦ୍ୟୁତ କାଟ । ୬ ଫୁଟ ଉଚ୍ଚ ବାରିକେଡ ଡେଇଁ ହାତୀ କନ୍ଦରସିଙ୍ଗା ଗାଁ ମୁହାଁ ଥିବା ସୂଚନା । ହାତୀ ଆତଙ୍କକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି । ଅଞ୍ଚଳବାସୀ ଭୟଭୀତ ରହିଛନ୍ତି । ହାତୀ ଘଉଡାଇବାକୁ ବନବିଭାଗର ଉଦ୍ୟମ ।
Views: 24