ରୁପ୍ରା ; ହାତୀ ଆକ୍ରମଣରେ ମହିଳା ଗୁରୁତର । ଆଜି ସକାଳେ ସ୍ୱର୍ଗତ ଦିଗମ୍ବର ନାୟକଙ୍କ ପତ୍ନୀ ପୂର୍ଣ୍ଣମୀ ସକାଳୁ ଶୈାଚ ପାଇଁ ଯାଇଥିବା ବେଳେ ପଟିକିଆ ହାତୀ ହାବୁଡରେ ପଡିଥିଲେ । ତାଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେବାରୁ ସେ ଗୁରୁତର ଆହତ ହୋଇ ପଡିଛନ୍ତି । ତେବେ ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ତେବେ ଆଜି ଭୋର ସମୟରେ ରୁପ୍ରା-ବାଲିପଡା ଭଟାଖମାର ଦେବତାଗୁଡି ନିକଟ ରାସ୍ତା ପାଶ୍ୱର୍ରେ ଥିବା ପୋଖରୀରେ ହାତୀ ପଲ ଗାଧୋଇ ଭଟାଖମାର ଗାଁର ଶୋଭାକର ସାହୁଙ୍କ ଧାନ ଫଶଲ ଖାଇବା ସହ ମାଡି ନଷ୍ଟ କରିଛନ୍ତି । ତେବେ ଦିନକୁ ଦିନ ହାତୀ ପଲଙ୍କ ଉତ୍ପାତ ବଢୁଥିବା କହିଛନ୍ତି ଗ୍ରାମବାସୀ ।
Views: 37