ଆନନ୍ଦପୁର : ରାତି ଅଧରେ ପରିଶ୍ରା କରିବାକୁ ଘରୁ ବାହାରକୁ ବାହାରି ଥିବା ବେଳେ ଦଳିଦେଲା ଦନ୍ତା । ଚମ୍ପୁଆ ରେଞ୍ଜ ଅଧିନ ବାଲି ବନ୍ଧ ସେକ୍ସନର ରେଭେନ୍ସା ପୁର ଗାଁରେ ଘଟିଛି ଦୁଃଖଦ ଘଟଣା । ଗତକାଲି ରାତି ପ୍ରାୟ ୨ଟା ସମୟରେ ରଥ ମୁଣ୍ଡା ଘରୁ ବାହାରକୁ ପରିଶ୍ରା କରିବାକୁ ବାହାରିଥିଲେ । ଏହି ସମୟରେ ଘର ଆଗରେ ଛକି ରହିଥିବା ଏକ ଦନ୍ତାହାତୀ ତାଙ୍କୁ ଧରି ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇ ଥିବା ଜଣାପଡିଛି ।
Views: 42