ଆସିକା : ଆସିକା ବନାଞ୍ଚଳରେ ୧୨ ଟିକିଆ ହାତୀପଲଙ୍କ ଉତ୍ପାତ । ଧରାକୋଟ ଓ ସଡଙ୍ଗିପଲ୍ଲୀ ଅଞ୍ଚଳରେ ଫସଲ ନଷ୍ଟ କଲେ । ହାତୀ ଆକ୍ରମଣରେ ଜଣେ ବାଇକ ଆରୋହୀ ମଧ୍ୟ ଗୁରୁତର । ଖବର ପାଇ ହାତୀ ଘଉଡାଇବାକୁ ପହଁଚିଲା ବନ ବିଭାଗ । ସେପଟେ ସନ୍ଧ୍ୟା ହେଲେ ଜଙ୍ଗଲ ନିକଟ ଗାଁରେ ପଶି ଆତଙ୍କ ଖେଳାଉଛନ୍ତି ହାତୀପଲ । ଧରାକୋଚ ଓ ଷଡଙ୍ଗୀପଲ୍ଲୀରେ ଘରଦ୍ୱାର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଫସଲ । ଫଳରେ ଲୋକେ ଆତଙ୍କିତ ହୋଇ ରହୁଛନ୍ତି । ହାତୀ ପ୍ରବେଶକୁ ରୋକିବା ପାଇଁ ସନ୍ଧ୍ୟା ହେଲେ ବିଦ୍ୟୁତ କାଟ କରାଯାଉଛି । ହାତୀଙ୍କୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯିବା ସହ ଲୋକଙ୍କୁ ଘରୁ ନ ବାହାରବାକୁ ସଚେତନ କରାଯାଉଛି ।
Views: 117











