ଭୁବନେଶ୍ୱର: ତାତିଠୁ ବଳିଗଲାଣି ହାଣ୍ଡିଶାଳର ତାତି । ଡାଲି, ସୁଜି, ମଇଦାଠାରୁ ଆରମ୍ଭ କରି ଅଦା ଓ ରସୁଣ ପର୍ୟ୍ୟନ୍ତ ସବୁର ମୂଲ୍ୟ ଆକାଶଛୁଆଁ । କିଲୋ ପିଛା ରସୁଣ ମୂଲ୍ୟରେ ଦୁଇଗୁଣା ଓ ଅଦାରେ ୩ ଗୁଣା ବୃଦ୍ଧି ପ୍ରଥମ ଥର ପାଇଁ ହୋଇଛି। ହୋଲସେଲ ମାର୍କେଟରେ ରସୁଣ କିଲୋପିଛା ୧୦୦ ଟଙ୍କା । ସେହିଭଳି ଅଦାର ମୂଲ୍ୟ ୨୫୦ ଟଙ୍କା । ମାର୍ଚ୍ଚ ମାସରେ ଉଭୟ ରସୁଣ ଓ ଅଦାର ମୂଲ୍ୟ ଯଥାକ୍ରମେ କିଲୋ ପିଛା ୨୦ରୁ୩୦ ଓ ୫୫ରୁ୬୦ ଟଙ୍କା ରହୁଥିଲା। ମାତ୍ର ତାହା ବର୍ତ୍ତମାନ ଦୁଇରୁ ତିନିଗୁଣା ପର୍ୟ୍ୟନ୍ତ ବୃଦ୍ଧି ପାଇଛି । ଦରଦାମ ବୃଦ୍ଧି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀଙ୍କ ଚିନ୍ତାର କାରଣ ସାଜିଛି। ସେପଟେ ହରଡ଼ ଡାଲି ଓ ଗହମର ମୂଲ୍ୟବୃଦ୍ଧି ଅଧିକ ଚିନ୍ତା ବଢାଇଛି । ମୁଖ୍ୟତଃ ରସୁଣ ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ଏବଂ ଅଦା ବେଙ୍ଗାଳୁରୁ, ମହାରାଷ୍ଟ୍ର ଓ ସିଲିଗୁଡି ସମେତ ଓଡ଼ିଶାର କୋରାପୁଟ ଓ କନ୍ଧମାଳରୁ ଉତ୍ପାଦନ ହୋଇଥାଏ । ଗ୍ରୀଷ୍ମକାଳୀନ ମୂଲ୍ୟବୃଦ୍ଧି କେବଳ ଖାଉଟିଙ୍କ ସମସ୍ୟା ନୁହଁ ବରଂ ଏହି ସମୟରେ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ।ଚଳିତବର୍ଷ ବର୍ଷାର ଅଭାବ ଏବଂ ଖରା ଯୋଗୁ ବହୁଳଭାବରେ ଉତ୍ପାଦନ ହ୍ରାସ ପାଇଛି । ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଜନସାଧାରଣ ।
ହାଣ୍ଡିଶାଳରେ ମାଡ, ୩ ଗୁଣ ବଢିଛି ଅଦା ଓ ରସୁଣ ଦାମ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







