ଭୁବନେଶ୍ୱର : ଆକାଶ ଛୁଆଁ ପରିବା ଦର।ଲଗାଣ ବର୍ଷା ଆଉ ଡ୍ରାଇଭର ସଙ୍ଘର ଧର୍ମଘଟ ଯୋଗୁଁ ବଜାରକୁ ପରିବା ଆସୁନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଯାହାବି ଯେତିକି ଆସୁଛି ତାହା ବାଟରେ ପଚି ନଷ୍ଟ ହେଉଛି ।ନିତ୍ୟଦିନ ପରିବା ଆକାଶ ଛୁଆଁ ହୋଇଥିବାରୁ ହାଣ୍ଡିଶାଳରେ ମହଙ୍ଗା ମାଡ଼ ହୋଇଛି । ଅନ୍ୟପକ୍ଷରେ ନିଜେ କ୍ଷତି ସହି କେମିତି କମ ଦାମରେ ବିକିବୁ ବୋଲି ପ୍ରଶ୍ନ କରିଛନ୍ତି ପରିବା ବ୍ୟବସାୟୀ ।ସେପଟେ ବଜାରରେ ବିନସ୍ ୧୨୦ ଟଙ୍କା ଥିବା ବେଳେ ବାଇଗଣ କିଲୋ ୧୦୦ଟଙ୍କା ରହିଛି । ପୋଟଳ କିଲୋ ୮୦ଟଙ୍କା ଏବଂ ଜହ୍ନି, କଲରା, ଭେଣ୍ଡି, ଗାଜର ଆଦି ପରିବାର କିଲୋ ପ୍ରତି ୫୦ ଟଙ୍କା ଉପରେ ରହିଛି । ସେହିପରି ଝୁଡ଼ଙ୍ଗ, ଖମ୍ବଆଳୁ, ସାରୁ, ଟମାଟୋ ଆଦି ପରିବା କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି ।
ରାଜ୍ୟରେ ଏବେ ଆଳୁ, ପିଆଜ ଆଉ ଗ୍ରୋସରି ସାମଗ୍ରୀ ମହଜୁଦ ରହିଛି । ଯଦି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଗକୁ ଜାରି ରୁହେ ତେବେ ସ୍ଥିତି ସଙ୍ଗୀନ ହେବ । ଏଥିପାଇଁ ସରକାର ଧ୍ୟାନ ଦେବା ଆବଶ୍ୟକ । ରାଜ୍ୟ ବାହାରୁ ଯାହା ଆସୁଛି ସେଥିରେ ବିଶେଷ କିଛି ସମସ୍ୟା ନାହିଁ ହେଲେ ରାଜ୍ୟ ଭିତରେ କିଛି ଲେନଦେନ କରିବାରେ ସମସ୍ୟା ଦେଖିବାକୁ ମିଳୁଚି । ଡ୍ରାଇଭର ମାଲ ନେଇ ଯିବାକୁ ଅମଙ୍ଗ ହେଉଛନ୍ତି ।
ହାଣ୍ଡିଶାଳକୁ ମହଙ୍ଗା ମାଡ , ଦର ଆକାଶ ଛୁଆଁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











