The Ultimate Managed Hosting Platform
ADVERTISEMENT

ହାଇ ଆଲର୍ଟରେ ପୁରୀ ; ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରୀ ଜାରି , ସମୁଦ୍ର କୂଳରେ ୪୦୦ ଲାଇଫଗାର୍ଡ

Facebook
Twitter
LinkedIn

ପୁରୀ : ଆସୁଛି ଇଂରାଜୀ ନୂଆବର୍ଷ ୨୦୨୬ । ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ । ସଂପୂର୍ଣ୍ଣ ସିସିଟିଭି ବଳୟରେ ଶ୍ରୀକ୍ଷେତ୍ର । ୭୦ ପ୍ଲାଟୁନ ଫୋର୍ସ ନିୟୋଜିତ । ଶ୍ରୀମନ୍ଦିର ବାହାରେ,ଭିତରେ,ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବେଳାଭୂମିରେ ପର୍ୟ୍ୟଟକଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ, ୩୩ ଊଝଚ ଏବଂ ୬୨ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ଆଜି ଓ ୧ତାରିଖ ପାଇଁ ଭିଡ଼କୁ ଆଖିରେ ରଖି ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି ।
ଜିରୋନାଇଟ ଓ ନୂଆବର୍ଷ ପାଇଁ ପ୍ରସ୍ତୁତି ଅଗ୍ନିଶମ ବିଭାଗ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା । ଶ୍ରୀମନ୍ଦିର ପରିସରରେ ୭ଟି ସ୍ୱତନ୍ତ୍ର ଦଳ ମୁତୟନ ହୋଇଛନ୍ତି । ୧୦୦ ଜଣ ଅଗ୍ନି ଯୋଦ୍ଧା ବି ମୁତୟନ ହୋଇଛନ୍ତି । ପ ର୍ଯ୍ୟଟକଙ୍କ ପାଇଁ ସମୁଦ୍ର କୂଳରେ ୪୦୦ ଲାଇଫଗାର୍ଡ ଅଛନ୍ତି । ଜିରୋନାଇଟ ସେଲିବ୍ରେସନ ବେଳେ ଭିଡକୁ ଗୁରୁତ୍ୱ ଦିଅନ୍ତୁ । ପ୍ରସ୍ଥାନ ଦ୍ୱାର ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ଦେଖିବାକୁ ଅନୁରୋଧ ।
ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ଓ ସୁବିଧାର ବ୍ୟବସ୍ଥା କରାଯାଇଛି । ପୁରୀ ଭିଡ଼ ପାଇଁ ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରବଳ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ୟ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ ଜଣ ଅଧିକାରୀଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login