ଭୁବନେଶ୍ୱର : ରାଜସ୍ଥାନ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ମଦ ଦୋକାନ ଖୋଲିବା ନେଇ କଡ଼ା ନିଷ୍ପତ୍ତି ଶୁଣାଇଛନ୍ତି । ଏଣିକି ଜାତୀୟ ରାଜପଥ କଡ଼ରେ ଖୋଲିବନି ମଦ ଦୋକାନ । ଜାତୀୟ ରାଜପଥ କଡ଼ରେ ସହଜରେ ମଦ ମିଳିବା ଦ୍ୱାରା ଦୁର୍ଘଟଣା ସଂଖ୍ୟା ବଢୁଥିବା ନେଇ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟ ଏବଂ ଜାତୀୟ ହାଇୱେର ୫୦୦ ମିଟର ବ୍ୟବଧାନ ମଧ୍ୟରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ହଟାଇ ଦିଆଯାଉ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର ପ୍ରାୟ ୧୧୦୨ଟି ମଦ ଦୋକାନ ସିଧାସଳଖ ପ୍ରଭାବିତ ହେବାକୁ ଯାଉଛି । କୋର୍ଟ ରାଜ୍ୟ ସରକାର ଓ ଅବକାରୀ ବିଭାଗକୁ ଦୁଇ ମାସ ମଧ୍ୟରେ ସମସ୍ତ ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି । ସଡ଼କ ସୁରକ୍ଷା ଓ ଜନହିତକୁ ନେଇ ଉଠିଥିବା ମାମଲାର ଶୁଣାଣି ବେଳେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
Views: 28











