ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଥାନା ବାଘୁଆପାଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ହାଇୱା ଧକ୍କାରେ ୬ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟି ସ୍କୁଲ ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଶିଶୁପୁତ୍ର ଜଣଙ୍କ ବାଘୁଆପାଳ ଗ୍ରାମର ଦିପୁ ଦେହୁରୀଙ୍କ ପୁଅ ସମୀର ଦେହୁରୀ ବୋଲି ଜଣାପଡ଼ିଛ। ଧକ୍କା ଦେବା ପରେ ପରିବାରଲୋକେ ଶିଶୁକୁ ଚିକିତ୍ସା ପାଇଁ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
Views: 102











