The Ultimate Managed Hosting Platform
ADVERTISEMENT

ହାଇଆଲର୍ଟ ମୋଡରେ ଦିଲ୍ଲୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀ ପାଇଁ ହାଇଆଲର୍ଟ ମୋଡରେ ଦିଲ୍ଲୀ । ଦିଲ୍ଲୀର ୩୫ କିମି ମଧ୍ୟରେ ୧.୩୦ ଲକ୍ଷ ସୁରକ୍ଷାକର୍ମୀ ମୁତୟନ । ନଦର ରଖିବାକୁ ଲାଗିଛି ୪୦ ହଜାର ସିସିଟିଭି କ୍ୟାମେରା । ଦିଲ୍ଲୀ ଏନସିଆରର ୨୩ଟି ପଞ୍ଚତାରକା ହୋଟେଲରେ କଡା ସୁରକ୍ଷା । ନୋ ଫ୍ଲାଇଂ ଜୋନରେ ୨୩ଟି ପଞ୍ଚତାରକା ହୋଟେଲ । ସମ୍ବେଦନଶୀଳ ସ୍ଥାନରେ ଏନଏସଜି କମାଣ୍ଡୋ ମୁତୟନ । ସୁରକ୍ଷା ଦୃଷ୍ଟିରୁ ଆଜିଠୁ ୧୦ ତାରିଖ ଯାଏଁ ସ୍କୁଲ , କଲେଜ ବନ୍ଦ । ୧୦ ତାରିଖ ଯାଏଁ ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ ରହିବ ।
ସମ୍ମିଳନୀ ହେଉଥିବା ଅଞ୍ଚଳରେ ସାଇବର ନିରାପତ୍ତା ଦାୟିତ୍ବ କମ୍ପ୍ୟୁଟର ଏମର୍ଜେନସି ରେସପନସ ଟିମକୁ ନ୍ୟସ୍ତ କରାଯାଇଥିବାବେଳେ ଦିଲ୍ଲୀର ଅବଶିଷ୍ଟ ଭାଗରେ ଦିଲ୍ଲୀ ପୋଲିସ ସାଇବର ସିକ୍ୟୁରିଟି ସେଲ୍ ହାତରେ ନିରାପତ୍ତା ଭାର ଅର୍ପଣ କରାଯାଇଛି । ଭିଭିଆଇପି ରହୁଥିବା ୨୮ଟି ହୋଟେଲରେ ହାଇଆଲର୍ଟ ଜାରି କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରହିବାକୁ ଥିବା ଆଇଟିସି ମୋର୍ୟ୍ୟ ଶେରାଟନରେ ସାଇବର ସ୍କ୍ବାଡ ମୁତୟନ ହୋଇଛନ୍ତି ।
ଦ ଲଳିତ, ସାଙ୍ଗ୍ରିଲା, କ୍ଲାରିଜସ, ଇରୋସ ହୋଟେଲ, ରାଡିସନ ବ୍ଲୁ, ତାଜ ହୋଟେଲ, ପ୍ରାଇଡ ପ୍ଲାଜା, ଭିଭାନ୍ତ, ହୋଟେଲ ଗ୍ରାଣ୍ଡ ଆଦିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁଠାରେ ଶୂନ୍ୟସହନଶୀଳ ନୀତି କାର୍ୟ୍ୟକାରୀ କରାଯାଇଛି । ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ପହଞ୍ଚିବେ ବୋଲି ସୂଚନା ମିଳିଛି ।
ସମ୍ମିଳନୀ ଲାଗି ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ଦେଶର ନେତା । ଆଜି ରାତି ୯ରୁ ରବିବାର ଯାଏ ଦିଲ୍ଲୀ ସୀମାରେ ଭାରୀ, ହାଲୁକା ଯାନ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ଆସନ୍ତାକାଲି ଠାରୁ ରବିବାର ଯାଏ ଫୁଡ ଡେଲିଭରୀ, ମାର୍କେଟ, କମର୍ସିଆଲ ଡେଲିଭରୀ ସର୍ଭିସ, ବ୍ୟାବସାୟିକ ପ୍ରତିଷ୍ଠାନ ଆଦିକୁ ବନ୍ଦ ରଖାଯିବ । ଗ୍ରୁପ ୨୦ ସମ୍ମିଳନୀ ଲାଗି ବିଭିନ୍ନ ନିରାପତ୍ତା ସଂସ୍ଥା ଅଧିକାରୀଙ୍କ ଆଖିରୁ ନିଦ ହଜିଯାଇଛି । ଅତିଥିମାନେ ରହିବାକୁ ଥିବା ହୋଟେଲ, ସମ୍ମିଳନୀ ସ୍ଥଳ, ରାସ୍ତା ପାର୍ଶ୍ବ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପାଖାପାଖି ସାଢେ ୭ ଲକ୍ଷ କୃତ୍ରିମ ଗଛ ଲଗାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login