The Ultimate Managed Hosting Platform
ADVERTISEMENT

ହାଇଆଲର୍ଟରେ ଦିଲ୍ଲୀ , ମୁମ୍ବାଇ

Facebook
Twitter
LinkedIn

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଆତଙ୍କୀ ହମଲା ପରେ ହାଇଆଲର୍ଟରେ ଦିଲ୍ଲୀ, ମୁମ୍ବାଇ । ପର୍ଯ୍ୟଟନସ୍ଥଳୀ ଉପରେ କଡା ନଜର ନିଦେ୍ର୍ଦଶ । ବଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢିଲା । ଦିଲ୍ଲୀ, ଜୟପୁର, ଅମ୍ରିତସରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ପୁଲୱାମା ଆଟାକ ପରେ ଘାଟିରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ଦିଲ୍ଲୀ ପୋଲିସ ସହରର ସୁରକ୍ଷା ବ୍ୟବସ୍ଥାକୁ ଟାଇଟ୍ କରିଦେଇଥିବା ବେଳେ ବର୍ଡରରେ ଚେକିଂ ଜାରି ରଖିଛି । ମୁମ୍ବାଇରେ ମଧ୍ୟ ସମାନ ପଦକ୍ଷେପ ନେଇଛି ପୋଲିସ । ସହରରେ କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ସମସ୍ତ ଉଚ୍ଚ ପୋଲିସ ଅଧିକାରୀ ଆଲର୍ଟ ଥିବାବେଳେ ସୁରକ୍ଷା ପରିଚାଳନା ଉପରେ ସମସ୍ତଙ୍କ ନଜର ରହିଛି । ପହଲଗାମ ଆଟାକ ପରେ ଡେରାଡୁନରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ସଂପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ଲକ୍ସର-ଇ- ତୋଇବା ଆତଙ୍କୀ ସଙ୍ଗଠନ ଏ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପରିବାର ସହିତ ବୁଲି ଆସିଥିବା ପର୍ୟ୍ୟଟକଙ୍କୁ ଆକ୍ରମଣ କରିଥିଲେ ଆତଙ୍କୀ । ଲୋକଙ୍କ ନାମ ପଚାରି ପଚାରି ଗୁଳି ମାରିଥିଲେ । ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଦିନ ୨.୪୫ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୦ ରୁ ଅଧିକ ପର୍ୟ୍ୟଟକ ଆହତ ହୋଇଥିବାର ସୂଚନା ଆସୁଛି । ଆତଙ୍କବାଦୀମାନେ ପର୍ୟ୍ୟଟକଙ୍କୁ ଗୁଳି ମାରିବା ପୂର୍ବରୁ ସେମାନଙ୍କର ନାଁ ପଚାରିଥିଲେ ଏବଂ କଲମା ପଢ଼ିବାକୁ କହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login