The Ultimate Managed Hosting Platform
ADVERTISEMENT

ହସ୍ପିଟାଲ ପରିସରକୁ ‌ସଫାକଲେ କୁଡୁମୁଲୁଗୁମ୍ମା ବିଏସଏଫ ଯବାନ

Facebook
Twitter
LinkedIn

ରିଖ, ଆଜି ଏକ ସ୍ବତନ୍ତ୍ର ସଫେଇ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ବିଏସଏଫ ୧୫୧ ବାଟାଲିୟନ ଯବାନ ମାନେ କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରକୁ ‌ସଫା କରିଥିଲେ । ଆଜିର ଏହି ଅଭିଯାନର ନେତୃତ୍ବ ବିଏସଏଫ କମାଣ୍ଡାଣ୍ଟ ଶ୍ରୀ ନୀରଜ ଶର୍ମା ନେଇଥିବା ବେଳେ ଇନ୍ସପେକ୍ଟର ଶ୍ରୀ ଜସୱନ୍ତ ସିଂ, ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ଷଡଙ୍ଗୀ, ଫାର୍ମାସିଷ୍ଟ ଶ୍ରୀ ସଞୟ କୁମାର ପୃଷ୍ଟି,ଏଲ.ଟି ଶ୍ରୀ ପଦ୍ମ ଚରଣ ପଣ୍ଡା,ବିପିଏମ୍ ରଞ୍ଜନ ନାୟକ ଓ ପଦ୍ମନାଭ ରାଓ ପ୍ରମୁଖ ଉପସ୍ଥିତ ରହି ସଫେଇ ଅଭିଯାନକୁ ସଫଳତାର ସହ ତ୍ବରାନ୍ବିତ କରିଥିବା ଜଣାପଡିଛି । ଏହି ସଫେଇ କାର୍ଯ୍ୟରେ ବିଏସଏଫ ର ପାଖାପାଖି ୪୦ ଜଣ ନିୟୋଜିତ ହୋଇ ମେଡିକାଲ୍ ପରିସର, ପାଖରେ ଥିବା ଯାତ୍ରୀ ବିଶ୍ରାମଗାର ଓ ମୁଖ୍ୟ ଫାଟକ ସାମନାରେ ଥିବା ଡ୍ରେନ୍ ର ଅଳିଆ ଆବର୍ଜ୍ଜନା ଏକତ୍ରିତ କରି ନିକଟରେ ଥିବା ଗାର୍ବେଜ ୟାର୍ଡ ରେ ପକାଇଛନ୍ତି । ବିଏସଏଫ ର ଏଭଳି ମହନୀୟ ଉଦ୍ୟମ ପାଇଁ ଜନସାଧାରଣ ବେଶ୍ ପ୍ରଶ°ସା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login