The Ultimate Managed Hosting Platform
ADVERTISEMENT

ହସ୍ପିଟାଲରେ କେସିଆରଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ହାଇଦ୍ରାବାଦ : ଅସୁସ୍ଥ କେସିଆରଙ୍କୁ ହସ୍ପିଟାଲରେ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କୁ ଭେଟିଛନ୍ତି। ଡିସେମ୍ବର ୭ ତାରିଖରେ ହାଇଦ୍ରାବାଦଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏରାବାଲିସ୍ଥିତ ତାଙ୍କ ଫାର୍ମ ହାଉସରେ ଖସି ପଡ଼ିବା ପରେ କେସିଆର୍ଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର କରାଯାଇଥିଲା। ଡିସେମ୍ବର ୮ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶ୍ରୀ ରେଡ୍ଡୀ ହସ୍ପିଟାଲରେ କେସିଆର୍ଙ୍କ ପରିବାର ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେ ବିଆର୍ଏସ ମୁଖ୍ୟଙ୍କ ସହ ମଧ୍ୟ କଥା ହୋଇଥିଲେ। କେସିଆର୍ ସୁସ୍ଥ ହେବାକୁ ପ୍ରାୟ ୮ ସପ୍ତାହ ସମୟ ଲାଗିବ ବୋଲି ଡାକ୍ତରମାନେ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login