The Ultimate Managed Hosting Platform
ADVERTISEMENT

ହସପିଟାଲରେ ଭୟଙ୍କର ନିଆଁ, ଅଳ୍ପକେ ବର୍ତ୍ତିଲା ୧୦୦ ରୋଗୀଙ୍କ ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ହସପିଟାଲରେ ନିଆଁ । ଗୁଜରାଟର ଅହମଦାବାଦ ସହରରେ ଥିବା ଏକ ହସପିଟାଲରେ ନିଆଁ ଲାଗିଛି । ନିଆଁ ଲାଗିବା ପରେ ହସପିଟାଲରୁ ୧୦୦ ଜଣ ରୋଗୀଙ୍କୁ ସୁରକ୍ଷିତ ବାହାରେ ବାହାର କରାଯାଇଛି । ତେବେ ନିଆଁ ସକାଳ ୪.୩୦ ମିନିଟରେ ହସପିଟାଲର ବେସମେଣ୍ଟରେ ନିଆଁ ଲାଗିଥିବା ପୋଲିସ କହିଛି । ଖବର ମୁତାବକ, ଅହମଦାବାଦର ଶାହିବାଗ ସ୍ଥିତ ହସପିଟାଲ ବେସ୍ମେଣ୍ଟରେ ସକାଳ ୪.୩୦ ମିନିଟରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କିଛି ସମୟ ପରେ ଜୋରଦାର ବ୍ଲାଷ୍ଟ ହୋଇ ବିଲିଡିଂରୁ ପ୍ରବଳ ଧୂଆଁ ବାହାରିଥିଲା । ଖବର ପାଇ ଦମକଳ ବାହିନୀ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା । ହସପିଟାଲରୁ ପାଖାପାଖି ୧୦୦ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ପ୍ରବଳ ଧୂଆଁ ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ଥିଲା । ଏବେ ବି ହସପିଟାଲ ବେସମେଣ୍ଟରୁ ଧୂଆଁ ବାହାରୁଛି । ତେବେ ନଆଁ କେମିତି ଲାଗିଲା, ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଘଟଣା ସ୍ଥଳରେ ୨୨ଟି ଦମକଳ ଟିମ୍ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜାନୁଆରୀରୁ ବିକ୍ରି ହୋଇ ପାରିବ ପାର୍ଟ ପ୍ଲଟ ; ସୁରେଶ ପୂଜାରୀ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା ; ‘କେଉଁଠି ବେଞ୍ଚ ହେବ ଓକିଲ ସଂଘ ସ୍ଥିର କରନ୍ତୁ’

ଭୁବନେଶ୍ୱର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କେଉଁଠି ବେଞ୍ଚ ହେବ ଓକିଲ ସଂଘ ସ୍ଥିର କରନ୍ତୁ । ହାଇକୋର୍ଟ ବେଞ୍ଚ...

ADVERTISEMENT
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

ଝାଡଖଣ୍ଡ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ । ୮୧ ବର୍ଷ ବୟସରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ୪ ଦଶନ୍ଧିରୁ ଉଦ୍ଧ୍ୱର୍...

Login