ନବରଙ୍ଗପୁର : ପ୍ରେସର କୁକର ଫାଟି ଛାତ୍ର ଆହତ । କାନ୍ଥ ଡେଇଁ ଆଶ୍ରମରୁ ଉଦ୍ଧାର କଲେ ପ୍ରଦୀପ ମାଝୀ । ନବରଙ୍ଗପୁର କୋଷାମଗୁଡା ବ୍ଲକ କେ.ସେମେଳା ଗାଁର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ଘଟିଛି ଏଭଳି ଘଟଣା । ଆହତ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲାପାଳଙ୍କୁ ଛାତ୍ରର ଚିକିତ୍ସା କରେଇବାକୁ କହି ରାତି ୧୦ ଟାରେ ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟକୁ ଆଣି ହସ୍ତାନ୍ତର କରିଛନ୍ତି ସେ । ଗତ ୯ ଦିନ ଧରି ଘଟିଲାଣି ଏଭଳି ଘଟଣା । କିନ୍ତୁ ଏହି ଘଟଣା ବାହାରେ ପ୍ରଘଟ ହେବା ଭୟରେ ଛାତ୍ରଙ୍କୁ ଚିକିତ୍ସା ନ କରି ବନ୍ଦୀ ଭାବେ ରଖାଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ । ପ୍ରେସର କୁକର ବିସ୍ଫୋରଣରେ ଛାତ୍ରର ମୁହଁ ନାକ, ଆଖି,ଗାଲ ଚମଡା ଗୁଡିକ ପୋଡି ଯାଇଛି। ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ରୋଷେଇ ମଦ୍ୟପାନ କରି ଶୋଇଥିବା ବେଳେ ହଷ୍ଟେଲ ରହୁଥିବା ଛାତ୍ର ମାନେ ନିଜେ ନିଜେ ରୋଷେଇ କରୁଥିବା ବେଳେ ପ୍ରେସର କୁକରରେ ଡାଲି ସିଝାଉଥିବା ବେଳେ ପ୍ରେସର କୁକର ଫାଟି ଛାତ୍ର ଆହତ ହୋଇଥିଲେ। ପ୍ରଦୀପ ମାଝୀ ଖବର ପାଇ ରାତି ଅଧରେ ହଷ୍ଟେଲରେ ପହଞ୍ଚିଥିଲେ। ହଷ୍ଟେଲରେ ପହଞ୍ଚି ହଷ୍ଟେଲ ଫାଟକ ନିକଟରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡାକ ପକାଇଥିଲେ। କିନ୍ତୁ ରାତି ଅଧରେ ହଷ୍ଟେଲରେ କେହିନଥିବା ବେଳେ ହଷ୍ଟେଲ କାନ୍ଥ ଡେଇଁ ଗୁରୁତର ଛାତ୍ରଙ୍କୁ ପ୍ରଦୀପ ଉଦ୍ଧାର କରିଥିଲେ। ଅପରପକ୍ଷରେ ସ୍କୁଲ କତ୍ତୃପକ୍ଷ ଯଦି ଭୁଲ କରିଛନ୍ତି ଆଗାମୀ ଦିନରେ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାପାଳ କହିଛନ୍ତି ।
ହଷ୍ଟେଲରେ ଫାଟିଲା ପ୍ରେସର କୁକର, ଛାତ୍ର ଗୁରୁତର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











