କଟକ : ଘରୋଇ ହ ଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯୋବ୍ରାର ଏକ ଘରୋଇ ହ ଷ୍ଟେଲରୁ ଉଦ୍ଧାର କଲା ମାଲଗୋଦାମ ପୋଲିସ । ସେ କଟକର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଆଜି ସକାଳେ ବାଥରୁମକୁ ଯାଇଥିଲେ । ବାଥରୁମ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ ବୋଲି ଭଡାରେ ରହୁଥିବା ଅନ୍ୟ ସାଥିମାନେ କହିଛନ୍ତି । ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିବା ସହ କଳ୍ପନାଙ୍କ ପରିବାର ଲୋକଙ୍କୁ ଏ ନେଇ ଅବଗତ କରିଛନ୍ତି ।
Views: 82











