The Ultimate Managed Hosting Platform
ADVERTISEMENT

ହରପାର୍ବତୀ ପୂଜା କମିଟି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

Facebook
Twitter
LinkedIn

କଟକ : କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ର ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ରବିବାର ଦିନ ନୀଳକଣ୍ଠେଶ୍ୱର କମ୍ୟୁନିଟି ହଲଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କଟକ ନଗର ମହିଳା ବିଜୁ ଜନତା ଦଳର ସଂପାଦିକା ଶୀବାନି ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଗୋପାଳପୁର ଠାରୁ ଫୁଲନଖରା ପର୍ୟ୍ୟନ୍ତ ଶତାଧିକ ବ୍ୟକ୍ତି ମାଗଣାରେ ନିଜର ଚକ୍ଷୁ ପରୀକ୍ଷା କରି ଚଷମା ନେଇଥିଲେ । କଟକ ସିଡ଼ିଏ ଅଞ୍ଚଳରେ ଥିବା ଜେପିଏମ ରୋଟାରୀ କ୍ଲବ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାର କର୍ମଚାରୀ ମାନେ,ଆସିଥିବା ଜନସାଧାରଣଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରେ ପୂର୍ବତନ କର୍ପୋରେଟର କୌଶିକ୍ ଜେନା ଅଧ୍ୟକ୍ଷତା କରିଥିଲେ । ପ୍ରଭାତ କୁମାର ନନ୍ଦ , ଧର୍ମଗୁରୁ ବାବା ବିଶ୍ୱନାଥ ଦାସ , ୫୭ ନମ୍ବର ୱ।ର୍ଡ଼ର କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ , କୁମାର ମହାନ୍ତି, ୱ।ର୍ଡ଼ ବିଜେଡି ସଭାପତି ବିକ୍ରମ ଶତପଥୀ, ହରପାର୍ବତୀ ପୂଜା କମିଟିର ସଭାପତି ଆଡ଼ଭୋକେଟ ବଦ୍ରି ନାରାୟଣ ମହାପାତ୍ର , କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ଆଡ଼ଭୋକେଟ ନଳୀନ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ରଘୁ ପ୍ରସାଦ ଶତପଥୀ, ପ୍ରହଲ୍ଲାଦ କର , ରବିନ୍ଦ୍ର ସ୍ୱାଇଁ, ନିରଞ୍ଜନ ନାୟକ, ପାଇକସାହି ଗ୍ରାମ କମିଟିର ସଭାପତି ଦିଲୀପ କୁମାର ସ୍ୱାଇଁ, ପୁଲିନ ମହାପାତ୍ର , ତପନ ଦାସ, ପ୍ରମୁଖ ସମସ୍ତ ସଦସ୍ୟ ଚକ୍ଷୁ ଚିକିତ୍ସା ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login