The Ultimate Managed Hosting Platform
ADVERTISEMENT

ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ଭାରତୀୟ ଦଳ 

Facebook
Twitter
LinkedIn

ହକି ବିଶ୍ୱକପ୍ ପାଇଁ ପହଞ୍ଚିଲା ଭାରତୀୟ ଦଳ । ଭାରତୀୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ହର୍ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ । ବିଶ୍ୱକପର ପ୍ରଥମ ଦଳ ଭାବେ ଘରୋଇ ଦଳ ରାଉରକେଲାରେ ପହଞ୍ଚିବ ।

ଆସନ୍ତାକାଲିଠାରୁ ଭାରତୀୟ ଖେଳାଳି ନିୟମିତ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ କରିବ । ଜାନୁଆରୀ ପ୍ରଥମ ସପ୍ତାହରୁ ବିଦେଶୀ ଦଳ ଗୁଡ଼ିକ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ନବ ନିର୍ମିତ ହୋଟେଲରେ ଭାରତୀୟ ଖେଳାଳିଙ୍କ ରହିବାର ବ୍ୟବସ୍ଥା ହୋଇଛି । ଏଠାରେ ୪ଟି ବ୍ଲକ ରହିଛି । ପ୍ରତି ବ୍ଲକରେ ୨୭ରୁ ଅଧିକ କୋଠରୀ ଅଛି । ହୋଟେଲରେ ଅତ୍ୟାଧୁନିକ ସମସ୍ତ ସୁବିଧା ସୁଯୋଗ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login