ବାଲେଶ୍ଵର: ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ବିପ୍ଲବ ଆଣିବ “କିୟୋରବେ” । ଯାହା ଦ୍ୱାରା ଖାସ କରି ଗ୍ରାମାଞ୍ଚଳ ରହୁଥିବା ଲୋକେ ଅଧିକ ଉପକୃତ ହୋଇ ପାରିବେ। ଚିକିତ୍ସା ସେବା ପାଇଁ ଗୋଟିଏ ମେଡିକାଲରୁ ଆଉ ଗୋଟିଏ ମେଡିକାଲ ଦୌଡିବାକୁ ପଡ଼ିବନି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଙ୍କୁ। ନିଜ ଅଞ୍ଚଳରେ ହାତ ପାଆନ୍ତାରେ ଗୋଟିଏ ଛାତ ତଳେ ସୁଲଭ ମୂଲ୍ୟରେ ଉନ୍ନତ ଚିକିତ୍ସା ମିଳିପାରିବ । ବାଲେଶ୍ଵର ଜିଲା ରୂପସା ଠାର ୫୦ ତମ ଇ- କ୍ଲିନିକ୍ ସେଣ୍ଟର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ,ଶିକ୍ଷାବିତ୍ ଜୟନ୍ତ ପାଣିଗ୍ରାହୀ, ପ୍ରତିଷ୍ଠାତା ନିର୍ବାହୀ ପ୍ରିୟଦର୍ଶୀ ମହାପାତ୍ର, ଇ କ୍ଲିନିକ ସେଣ୍ଟର ରୂପସାର ମୁଖ୍ୟ ଶୁଭେନ୍ଦୁ କୁମାର ବେହେରା ପ୍ରମୁଖ ଉପସ୍ଥିତ ହୋଇ ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା “କିୟୋରବେ” ବାବଦରେ ଏଭଳି ମତ ପ୍ରକାଶ କରିଛନ୍ତି ।ଯାହାକି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ନୂତନ ବିପ୍ଳବ ସୃଷ୍ଟି କରିଵ । ବର୍ତ୍ତମାନ ସାରା ଓଡିଶାର ୧୮ ଟି ଜିଲାରେ ୪୯ ଟି ଇ-କ୍ଲିନିକ ସେଣ୍ଟର କାର୍ୟ୍ୟକ୍ଷମ ହୋଇଥିବା ବେଳେ, ୮ ହଜାର ୫ ଶହ ଗ୍ରାମର , ୩୬ ହଜାର ଲୋକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପକୃତ ହୋଇଛନ୍ତି । ପଛୁଆ ଅଂଚଳରେ ବହୁମୁଖି ଉନ୍ନତ ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ତ୍ୱରାନ୍ୱିତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏହି ଅବସରରେ ବହୁ ବୁଦ୍ଧିଜୀବୀ, ସମାଜ ସେବୀ,ବରିଷ୍ଠ ନାଗରିକ, ଜନ ପ୍ରତିନିଧି, ସ୍ବେଛାସେବୀ ଉପସ୍ଥିତ ରହିଥିଲେ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିପ୍ଳବ ଆଣିବ “କିୟୋରବେ”
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...










