ସୁନ୍ଦରଗଡ : ସ୍ୱାମୀର ତଣ୍ଟି ଚିପି ଜୀବନ ନେଲା ସ୍ତ୍ରୀ । ଟାଉନ ଥାନା ମିଶନ ରୋଡରେ ଘଟିଛି ଜଘନ୍ୟ କାଣ୍ଡ । ପାରିବାରିକ କଳହରୁ ଏମିତି ଚରମ ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ ଅନୁମାନ କରୁଛି । ଅନ୍ୟପଟେ ସ୍ତ୍ରୀକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ପରିମାଣରେ ବଢିଯାଇଥିଲା ଯେ, ସେହି ସମୟରେ ସ୍ତ୍ରୀଜଣକ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା କରିବା ପରେ ସ୍ୱାମୀର ମୃତଦେହ ମେଡ଼ିକାଲ ନିଜେ ନେଇଥିଲା ସ୍ତ୍ରୀ । ହସ୍ପିଟାଲରେ ଏଭଳି ମାମଲା ଦେଖି ସଙ୍ଗେ ସଙ୍ଗେ ମେଡ଼ିକାଲ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ ।
Views: 64











