ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ କାନପୁର ରାମାଦେବୀ ଛକ ନ୍ୟାସନାଲ ହାଇଓେ୍ବରେ ଅଘଟଣ । ଦିଳ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯାଇଛି । ବସରେ ୩୦ରୁ ୪୦ ଯାତ୍ରୀ ଶୋଇଥିଲେ । ଆଉ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଝରକା ଦେଇ ଡେଇଁ ପଡିଥିଲେ । ବସରେ ନିଆଁ ଲାଗିବା ଯୋଗୁଁ ବସକୁ ରାସ୍ତାକଡ଼ରେ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଖବର ମୁତାବକ, ଉତ୍ତରପ୍ରଦେଶ କାନପୁରରୁ ଦିଲ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସ ଉପରେ ଥିବା ଜିନିଷରେ ପ୍ରଥମେ ନିଆଁ ଲାଗିଯାଥିଲା । ଆଉ କିଛି ଯାତ୍ରୀ ବସରେ ନିଆଁ ଲାଗିବା ପରେ ଝରକା ଦେଇ ବାହାହରକୁ ଡେଇଁପଡିଥିଲେ । ରମାଦେବୀ ଛକ ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସକର୍ମୀ ଜଳନ୍ତା ବସକୁ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସକର୍ମୀ ଚଳନ୍ତା ବସରୁ ଯାତ୍ରୀକୁ ସୁରକ୍ଷିତ ସ୍ଥାନକୁ ବାହାର କରିଥିଲେ । ସ୍ଥାନୀୟ ଲୋକ ମଧ୍ୟ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଘଟଣା ପରେ ଉଦ୍ଧାର କାର୍ୟ୍ୟରେ ୬ ଗାଡ଼ି ଅଘଟଣ ସ୍ଥାନରେ ପହଞ୍ଚିଥିଲା ବୋଲି ସିଏଫଓ ଦୀପକ ଶର୍ମା କହିଛନ୍ତି ।
ସ୍ଲିପର ବସରେ ଭୟଙ୍କର ନିଆଁ , ଡେଇଁପଡିଲେ ଯାତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











