ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ କାନପୁର ରାମାଦେବୀ ଛକ ନ୍ୟାସନାଲ ହାଇଓେ୍ବରେ ଅଘଟଣ । ଦିଳ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯାଇଛି । ବସରେ ୩୦ରୁ ୪୦ ଯାତ୍ରୀ ଶୋଇଥିଲେ । ଆଉ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଝରକା ଦେଇ ଡେଇଁ ପଡିଥିଲେ । ବସରେ ନିଆଁ ଲାଗିବା ଯୋଗୁଁ ବସକୁ ରାସ୍ତାକଡ଼ରେ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଖବର ମୁତାବକ, ଉତ୍ତରପ୍ରଦେଶ କାନପୁରରୁ ଦିଲ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସ ଉପରେ ଥିବା ଜିନିଷରେ ପ୍ରଥମେ ନିଆଁ ଲାଗିଯାଥିଲା । ଆଉ କିଛି ଯାତ୍ରୀ ବସରେ ନିଆଁ ଲାଗିବା ପରେ ଝରକା ଦେଇ ବାହାହରକୁ ଡେଇଁପଡିଥିଲେ । ରମାଦେବୀ ଛକ ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସକର୍ମୀ ଜଳନ୍ତା ବସକୁ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସକର୍ମୀ ଚଳନ୍ତା ବସରୁ ଯାତ୍ରୀକୁ ସୁରକ୍ଷିତ ସ୍ଥାନକୁ ବାହାର କରିଥିଲେ । ସ୍ଥାନୀୟ ଲୋକ ମଧ୍ୟ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଘଟଣା ପରେ ଉଦ୍ଧାର କାର୍ୟ୍ୟରେ ୬ ଗାଡ଼ି ଅଘଟଣ ସ୍ଥାନରେ ପହଞ୍ଚିଥିଲା ବୋଲି ସିଏଫଓ ଦୀପକ ଶର୍ମା କହିଛନ୍ତି ।
ସ୍ଲିପର ବସରେ ଭୟଙ୍କର ନିଆଁ , ଡେଇଁପଡିଲେ ଯାତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











