ଭଦ୍ରକ : ସନେ୍ଦହଜନକ ଅବସ୍ଥାରେ ମା ପୁଅଙ୍କ ମୃତଦେହ ଉଦ୍ଧାର । ଭଣ୍ଡାରୀପୋଖରୀ କୁଶଗୁଡିଆ ଗାଁରେ ଭଡା ଘରୁ ମୃତଦେହ ଉଦ୍ଧାର । ପାରିବାରିକ କଳହରୁ ସ୍ତ୍ରୀ ସହ ୫ ବର୍ଷୀୟ ପୁଅକୁ ହତ୍ୟା ସନେ୍ଦହ । ସ୍ୱାମୀକୁ ଅଟକ ରଖି ଭଣ୍ଡାରପୋଖରୀ ପୋଲିସର ତଦନ୍ତ । ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ବାପା । ମୃତକମାନେ ହେଲେ ସ୍ତ୍ରୀ କାଞ୍ଚନ ନାୟକ ଓ ପୁଅ ଉତ୍ପଳ ନାୟକ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁଯାୟୀ ଭଣ୍ଡାରୀପୋଖରୀ ଥାନା ବନ୍ତ ଅଞ୍ଚଳର ଉମେଶ ସ୍ତ୍ରୀ ଓ ପୁଅକୁ ଧରି କୁଶଗଡ଼ିଆ ଗାଁରେ ରହୁଥିଲା । ଉମେଶ ମଦ୍ୟ ପାନ କରୁଥିବାରୁ ବିଭିନ୍ନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ କାଞ୍ଚନ ଓ ପୁଅ ଉତ୍ପଳକୁ ଶୋଇଥିବା ବେଳେ ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲା ଉମେଶ । ପରେ ଅଭିଯୁକ୍ତ କୁ କାବୁ କରି ସ୍ଥାନୀୟ ଲୋକ ପୋଲିସ ଜିମା ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସ୍ତ୍ରୀ , ପୁଅକୁ ହତ୍ୟା କଲା ସ୍ୱାମୀ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











