ବଲାଙ୍ଗୀର : ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଜୀବନ ନେଲା ପିଶାଚ ସ୍ୱାମୀ । ଦେଓଗାଁ ଥାନା ଜର୍ଲାକାନି ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘରେ ପଡିରହିଛି ଶବ । ତେବେ ପରିବାର ଲୋକଙ୍କ ମାଡରେ ହତ୍ୟାକାରୀ ସ୍ୱାମୀ ଗୁରୁତର ଥିବା ଜଣାପଡିଛି । ଗୁରୁତର ସ୍ୱାମୀ ଦେଓଗାଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 55











