ବାରିପଦା : ସ୍କୁଲ ଶ୍ରେଣୀ ବାରଣ୍ଡାରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍ଗିରିପୋଷୀ ଥାନା ଅଁଳାଗୁଞ୍ଜାର ଘରୋଇ ଆବାସିକ ସ୍କୁଲରୁ ଉଦ୍ଧାର । ମୃତକ ସେହି ସ୍କୁଲର ନବମ ଶ୍ରେଣୀ ଛାତ୍ର । ସବୁଦିନ ଭଳି ଗତକାଲି ମଧ୍ୟ ଅନ୍ୟ ପିଲାମାନଙ୍କ ସହ ରାତ୍ରିଭୋଜନ କରିବା ପରେ ବିଦ୍ୟାଳୟ ଛାତ୍ରାବାସରେ ଶୋଇଥିଲେ । ସକାଳୁ ଏକ ଶ୍ରେଣୀ ଗୃହରେ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ । ତଦନ୍ତ ଆରମ୍ଭ କରିଛି ବାଙ୍ଗିରିପୋଷି ପୁଲିସ ।
Views: 99











