The Ultimate Managed Hosting Platform
ADVERTISEMENT

ସ୍କୁଲ ପରିସରରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଚୋରି ଆଶଙ୍କା, ବନବିଭାଗର ତଦନ୍ତ

Facebook
Twitter
LinkedIn

ନୀଳଗିରି :ସ୍କୁଲ ପରିସରରୁ ଶାଗୁଆନ କାଠ ଚୋରି ଆଶଙ୍କା । ନୀଳଗିରି ବ୍ଲକ କେନ୍ଦୁଖୁଣ୍ଟା ନିକଟ ବିଷ୍ଣୁପ୍ରିୟା ହାଇସ୍କୁଲ ପରିସରରେ ପଡିଥିବା ମୂଲ୍ୟବାନ ଶାଗୁଆନ୍ କାଠ ଚୋରି ହେବା ନେଇ ଆଶଙ୍କା।

ସୂଚନା ଅନୁଯାୟୀ, ୫ଟି ଯୋଜନାରେ ସ୍କୁଲର ଉନ୍ନତିକରଣ କରିବା ପାଇଁ ସ୍କୁଲ ପରିସରରେ ଥିବା ବିରାଟକାୟ ଏକାଧିକ ଶାଗୁଆନ୍ ଗଛ କଟା ଯାଇଛି। ହେଲେ ସ୍କୁଲ କର୍ତ୍ତୁପକ୍ଷ ଏହାକୁ ଶାଗ ମାଛ ଦରରେ ବିକ୍ରି କରୁଥିବା ଅଭିଯୋଗ ପାଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଘଟଣାସ୍ଥଳକୁ ଯାଇ ଘଟଣାର ଖୋଳତାଡ଼ କରିଥିଲେ। ତେବେ ଗଛକଟା ପାଇଁ ଅନୁମତି ମିଳିଥିବା ବେଳେ କାଠ ଗୁଡ଼ିକ ସ୍କୁଲର ଆସବାବପତ୍ର କରିବା ଲାଗି କମିଟି ଓ ଶିକ୍ଷକମାନେ ଜଣାଇବା ପରେ ଯାଇ ଘଟଣା ପ୍ରଶମିତ ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ କାମ ଭାଗବଣ୍ଟାକୁ ନେଇ ତୁମ୍ବିତୋଫାନ ଉଠିଥିଲା। ପରେ ବିରୋଧ କରୁଥିବା କିଛି ଗୋଷ୍ଠୀକୁ ଲ୍ୟାଣ୍ଡ ଡେଭଲପମେଣ୍ଟ କାମ ଦିଆଯିବାରୁ ପରିସ୍ଥିତି ଶାନ୍ତ ପଡିଥିଲା। ହେଲେ ପୁଣି ମଙ୍ଗଳବାର ରାତି ୧୦ ଟାରେ ବିବାଦ ପୁଣି ଉପୁଜିଥିଲା। ସ୍କୁଲ ପରିସରକୁ ରାତିରେ ଟ୍ରାକ୍ଟର ଆଣି ମାଟି ପକାଉଥିବା ବେଳେ ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଗଣ୍ଡି ଚୋରି ହେବାର ଆଶଙ୍କା ପାଇଁ ଗ୍ରାମବାସୀ ନୀଳଗିରି ବନବିଭାଗକୁ ଏନେଇ ଖବର ଦେଇଥିଲେ। ବନାଧିକାରୀ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି। ତେବେ ସ୍କୁଲର ଉନ୍ନତିକରଣ କାମ ଦିନରେ ନହୋଇ ରାତିରେ କାହିଁକି ହେଉଛି ବୋଲି ସ୍ଥାନୀୟ ଲୋକେ ଏବେ ପ୍ରଶ୍ନ କରିଛନ୍ତି। ଏହାବ୍ୟତୀତ ସ୍କୁଲ ପରିସରରେ ପଡ଼ିଥିବା ଶାଗୁଆନ୍ କାଠ ଗଣ୍ଡି ସବୁ ଚୋରି ହେବାର ମଧ୍ୟ ଆଶଙ୍କା ରହିଛି । ତେଣୁ ଏହ ଘଟଣାକୁ ଗୁରୁତର ସହ ନେଇ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ସର୍ବସାଧାରଣରେ ଦାବି ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login