ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ ସେବାକୁ ଅନୁମୋଦନ । ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଗଣ ଶିକ୍ଷା ସଚିବଙ୍କ ଚିଠି । ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ ଯାତ୍ରୀ ପାଇଁ ଯୋଗ୍ୟ । ଆଇଡି କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ବସରେ ମାଗଣା ଯାଇପାରିବେ । ଛାତ୍ରଛାତ୍ରୀ ଯାଉଥିବା ରୁଟ ଓ ଟାଇମିଂକୁ ଦେଖିବାକୁ ଓଏସଆରଟିସିକୁ ଅନୁରୋଧ । ଯେପରି ଅଧିକରୁ ଅଧିକ ପିଲା ବସ ସେବା ପାଇପାରିବେ ତାହାକୁ ଗୁରୁତ୍ୱ । ଏ ନେଇ ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ।
ଅଗଷ୍ଟ ୨୧ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଅନୁମୋଦିତ ଏହି ପ୍ରୟାସ, ଶିକ୍ଷାର ପହଞ୍ଚକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ । ଚିଠିରେ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଉଲ୍ଲେଖ କରିଛନ୍ତି ସ୍କୁଲରେ ପଢୁଥିବା ସବୁ ଛାତ୍ରଛାତ୍ରୀ ବୈଧ ଆଇଡେଣ୍ଟି କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ ।
Views: 40