ବାରିପଦା : ଏମକେସି ହାଇସ୍କୁଲରେ ପଶିଲା ଦନ୍ତାହାତୀ । ରାତିରୁ ସ୍କୁଲ ପରିସରରେ ପଶି ରହିଛି ଦନ୍ତା । ଦନ୍ତା ହାକୀକୁ ଦେଖି ପିଲା ଆତଙ୍କିତ । ଗୋଠ ଛଡ଼ା ହାତୀ ସହର ଭିତରେ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାରିପଦା ସହର ମଧ୍ୟକୁ ପସିଆସିଥିଲା ଏହି ଦନ୍ତା । ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହ ସ୍କୁଲ ଗେଟ୍ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆସିଥିଲା । ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ହାତୀଟିକୁ ସହର ମଧ୍ୟରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
Views: 95











