The Ultimate Managed Hosting Platform
ADVERTISEMENT

ସୋଫା ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ , ଶୋଇଥିବା ଅବସ୍ଥାରେ ୩ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୋଏଡା : ସୋଫା ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସକାଳ ପ୍ରାୟ ୮ଟାରେ ସୋଫା ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବାର ଖବର ମିଳିଥିଲା । ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଯିବାରୁ ୩ ଜଣ କର୍ମଚାରୀ ଏହା ସଂସ୍ପର୍ଶରେ ଆସିଥିଲେ । କର୍ମଚାରୀମାନେ ଫ୍ୟାକ୍ଟ୍ରି ଭିତରେ ଥିବା ବେଳେ ଏହି ଘଟଣା ଘଟିଥିଲା । ଖବର ପାଇ ପୋଲିସ ଓ ଦମକଳ ଗାଡ଼ି ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି । ପୋଲିସ ୩ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ଘଟିଛି ବିଟା-୨ ଥାନା ଅଧୀନ ସାଇଟ୍-୪ ଅଞ୍ଚଳରେ । ମୃତକମାନେ ସମସ୍ତେ ବିହାରର ବାସିନ୍ଦା ବୋଲି ପୋଲିସ କହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login